ବ୍ୟୁରୋ, ୧୩/୦୨: ଆତ୍ମଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ଯମରେ, ଶିକ୍ଷାନୁଷ୍ଠାନ ର ସାରସ୍ବତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ। ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତତ୍କାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ୱର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ ୪୯ ବର୍ଷ ତଳେ ଜ୍ଞାନର ଆଲୋକ ବିତରଣ ପାଇଁ ଗଢ଼ିଉଠିଥୁବା ଅନୁଷ୍ଠାନ ଆଜି ସାରସ୍ବତ କ୍ଷେତ୍ରଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଜଟଣୀ ମହାବିଦ୍ୟାଳୟର ୪୯ତମ ସାମ୍ବତ୍ସରିକ ଉତ୍ସବରେ ଯୋଗଦେଇ ଅତିଥିମାନେ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ୪୯ତମ ସାମ୍ବତ୍ସରିକ ପାଳନ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଞ୍ଜିତ କୁମାର ପ୍ରଧାନ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର, ସମ୍ମାନିତ ଅତିଥିଭାବେ ରଜତ କୁମାର ମାନସିଂହ, ଉପନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗ ଯୋଗଦେଇଥିଲେ। ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ସଭା ସଂଯୋଜନା କରିଥିବାବେଳେ ସାମ୍ବତ୍ସରିକ ଉତ୍ସବ କମିଟିର ଆବାହକ ଡ. ଅନୁପ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦୀର୍ଘ ୨୫ବର୍ଷ ଧରି ବର୍ଷା, ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥୁବା ଓଡ଼ିଆ ଭାଷା ଓ ସାହି ସାହିତ୍ୟ ବିଭାଗର ଅଧ୍ୟାପକ ଡ. ତପନ ମିଶ୍ର ଓ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଜିତ କୁମାର ସୁନ୍ଦରାୟ, ଡ. ଅମିତ ବିକ୍ରମ ପଟ୍ଟନାୟକ, ରଜନୀ କୁମାର ନାୟକ, କାର୍ଷିକ ଚନ୍ଦ୍ର ଦାସ, ପରମିତା ପ୍ରହରାଜ, ଡ. ପୁଷ୍ପାଞ୍ଜଳି ସାମଲ, ଶେଷରେ ଅଧ୍ୟାପକ ଡ. ବିଜୟ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।