Advertisement

ବ୍ୟୁରୋ, ୧୩/୦୨: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବରର ସପ୍ତଦଶ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କୁମ୍ଭମପାଟି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଆଇଆଇଟି ଭୁବନେଶ୍ୱର ପ୍ରତିଷ୍ଠା ହେବା ପରଠାରୁ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ବିଶ୍ଵାସ, ସାହସ ଏବଂ କରୁଣା ସହିତ ନେତୃତ୍ବ ନେବାକୁ ଆହ୍ୱାନ କରିଥିଲେ । ମାନ୍ୟବର ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଶେଷରେ କହିଥିଲେ ଆସନ୍ତୁ ଆମେ ଏପରି ଜ୍ଞାନ ସୃଷ୍ଟି କରିବା ଯାହା ବିଶ୍ବକୁ ସୂଚନା ଦେବ ଏବଂ ପରିବର୍ତ୍ତନ କରିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଭାବରେ ଭିତ୍ତିଭୂମି ବିଶିଷ୍ଟ ନେତା ଭାବରେ ପ୍ରସ୍ତୁତ କରିବ ଯେଉଁମାନେ ବିଶ୍ୱକୁ ପରିବର୍ତ୍ତନ କରିବେ। ଶେଷରେ ପ୍ରଫେସର ରାକେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର) ଧନ୍ୟବାଦ ପ୍ରଦାନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *