Advertisement

ଜଟଣୀ,୧୮/୦୩: ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ କାର୍ଯ୍ୟାଳୟ ସାମ୍ନାରେ ଏନ.ଏଫ.ଆଇ.ଆର ଡାକରାରେ ପୁରୁଣା ପେନସନ ଲାଗୁ ସହିତ ବିଭିନ୍ନ ମୌଳିକ ଅଧିକାରକୁ ନେଇ ଦେଶବ୍ୟାପୀ ଭାରତୀୟ ରେଳ ବିଭାଗର ସବୁ  ଜୋନ ଓ  ମଣ୍ଡଳରେ ହେବାକୁ ଥିବା ପାଞ୍ଚ ଦିନିଆ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଧେଶରେ ମଣ୍ଡଳର ବିଭିନ୍ନ ଶାଖାରେ ମଧ୍ୟ ଧାରଣା ଦିଆଯାଉଛି ।  ଖୋର୍ଦ୍ଧାରୋଡ ଡିଆରଏମ କାର୍ଯ୍ୟାଳୟ ସାମନାରେ ମଣ୍ତଳ ସଂଯୋଜକ ସୁନିଲ୍ କୁମାର୍ ଭଞ୍ଜଙ୍କ ନେତୃତ୍ୱରେ ଚାଲିଥିବା ଧାରଣାରେ ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ପୁରୁଣା ପେନସନ ସମେତ ୪୭ ଦଫା ସମ୍ବଳିତ ଦାବିନେଇ ସକାଳ ଦଶଟା ରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା । ବିଶେଷ କରି ରନିଙ୍ଗ ଷ୍ଟାଫ ମାନଙ୍କ ଉପରେ ହେଉଥିବା ଜୁଲମ ଉପରେ ଆଲୋକପାତ କରାଯାଇଥିଲା । ସର୍ବନିମ୍ନ ମାଇଲେଜ ଶହେ କୋଡିଏ କିମି କରିବା , ସମସ୍ତ ଇଞ୍ଜିନିକୁ ଶୀତତାପ ନିୟନ୍ତ୍ରଣ,  ରନିଙ୍ଗ ରୁମରେ ଆରାମଦାୟକ ରହଣି , ବିନା ଆସିଷ୍ଟାଣ୍ଟ ଲୋକ ପାଇଲଟ ଦ୍ୱାରା ଗାଡି ଚାଳନାକୁ ବନ୍ଦ କରିବା,  ଥରେ ଘରୁ ବାହାରିଲେ ୭୨ ଘଣ୍ଟା ପରିବର୍ତ୍ତେ ୩୬ ଘଣ୍ଟା ଭିତରେ ଫେରେଇଆଣିବା,  ଖାଲିଥିବା ପଦବୀ ପୂରଣ , ଏକାଗ୍ରତାରେ ଗାଡି ଚାଳନା ପାଇଁ ପ୍ରତ୍ୟକ ରାତ୍ରିକାଳୀନ ଡିଉଟି ପରେ ପରବର୍ତୀ ରାତ୍ରି ବିଶ୍ରାମ ଦେବା ଭଳି ବିଭିନ୍ନ ଦାବି ଉପସ୍ଥାପନା କରାଯାଇଥିଲା । ଆଜି ବହୁ କ୍ୟାଡର  ଧାରଣାରେ ଭାଗନେଇଥିବା ମିଡ଼ିଆ ପ୍ରଭାରୀ ତଥା ଶାଖା ସମ୍ପାଦକ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *