ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ଜାମୁକୋଳି ପାଖ ଲବଣଗିରି ମହିମା ଧର୍ମାଶ୍ରମର ୩୮ ତମ ବାର୍ଷିକ ମହିମା ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ଆଶ୍ରମର ମଠାଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନରେ ଏହି ମହିମା ମହୋତ୍ସବ ପାଳିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସ, ନକୁଳ ଦାସ, ହରମୋହନ ଦାସ, ଦୟାନିଧି ଦାସ ଙ୍କ ସମେତ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଉପସ୍ଥିତ ଥିଲେ । ସନାତନ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ । ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ । ଏଠାକୁ  ଜଟଣୀ ଆଖପାଖ ଅଞ୍ଚଳ ସହିତ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଲବଣଗିରି ମହିମା ଆଶ୍ରମରେ ଆୟୋଜିତ ବ୍ରହ୍ମ ଯଜ୍ଞ ପାଇଁ ଶନିବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ ହୋଇଥିଲା।

Leave a Reply

Your email address will not be published. Required fields are marked *