ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର କର୍ମକର୍ତ୍ତା ମାନେ ମିଶ୍ରଣ ପର୍ବରେ ବିଜେଡି ରେ ସାମିଲ ହୋଇଛନ୍ତି। ଜଟଣୀ ପୌରପରିଷଦର ୮, ୧୪ ଓ ୧୬ ନଂ ୱାର୍ଡର କାଉନସିଲର ଇତିଶ୍ରୀ ଦାସ, କୃଷ୍ଣ ଚନ୍ଦ୍ର ନାୟକ ଓ ଅନିତା ମହାପାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରୁ ଇସ୍ତଫା ଦେଇ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଜଟଣୀ ବିଧାୟକ ପାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ସାଂସଦ ପାର୍ଥୀ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡି ରେ ଯୋଗଦେଇଛନ୍ତି। ସେହିପରି କଂଗ୍ରେସର ଜିଲ୍ଲା ସଧାରଣ ସମ୍ପାଦକ ପ୍ରମୋଦ କୁମାର ହରିଚନ୍ଦନ ମଧ୍ୟ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଏହି ମିଶ୍ରଣ ପର୍ବରେ ଯୋଗଦେଇ ଶଙ୍ଖ ଧରିଛନ୍ତି। ଏହା ସହ ଅନ୍ୟ ଦଳର କର୍ମକର୍ତ୍ତା ମଧ୍ୟ ମିଶ୍ରଣ ପର୍ଵରେ ବିଜେଡି ରେ ସାମିଲ ହୋଇଛନ୍ତି।