ବ୍ୟୁରୋ: ସବୁ ଆଲୋଚନାର ହେଲା ଅନ୍ତ। ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ । ମୋହନ ଚରଣ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହେଇଛି । ଓଡିଶାରେ ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ, କିଏ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଲାଗି ରହିଥିଲା ସସପେନ୍ସ। ଆଉ ଏବେ ଏହି ସସପେନ୍ସ ଉପରୁ ପରଦା ହଟିଯାଇଛି । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି ।ଆସନ୍ତା କାଲି ନେବେ ଶପଥ।

Leave a Reply

Your email address will not be published. Required fields are marked *