Advertisement

ବ୍ୟୁରୋ: ମହାନ ବିପ୍ଲବୀ, ଓଡିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ସ୍ବର୍ଗତ ପ୍ରାଣନାଥ ପ୍ରାଣନାଥଙ୍କ ୫୩ତମ ଶ୍ରାଦ୍ଧ ଦିବସ, ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ପ୍ରାଣନାଥ ସରକାରୀ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ରହିଥିବା ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ସଂଗଠନର ସଭ୍ୟମାନେ ପ୍ରାଣନାଥଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ରଖିଥିଲେ। ସ୍ବର୍ଗତ ପ୍ରାଣନାଥ ଓଡ଼ିଶାର ଚାଷୀ, ମୁଲିଆ , ଶ୍ରମିକ, ଗରିବ, ନିଷ୍ପେସିତ ଓ ଅବହେଳିତ ଜନ ସାଧାରଣଙ୍କ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ। ଗ୍ରାମାଞ୍ଚଳର ପୁଅଝିଅ ମାନେ କିପରି ଉଚ୍ଚ ଶିକ୍ଷା ପାଇବେ, ସେଥିପାଇଁ ସେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଟଣୀରେ ହାଇସ୍କୁଲ ଓ ଖୋର୍ଦ୍ଧାରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ଶ୍ରାଦ୍ଧ ଦିବସ ଅବସରରେ ବିଦ୍ୟାଳୟର କୃତି ଛାତ୍ର ସାଇ ପ୍ରସାଦ ରଥ, ବିଷ୍ଣୁ ପ୍ରସାଦ ସ୍ୱାଇଁ, ଯୋଗେଶ୍ୱର ତ୍ରିପାଠୀ, ଶୁଭ ରଞ୍ଜନ ବେହେରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସାଧାରଣ ସଂପାଦକ ଜବାହାରଲାଲ ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ଦିବାକର ମଙ୍ଗରାଜ, ସଂପାଦକ କିଶୋର ଚନ୍ଦ୍ର ପାଇକରାୟ, ଶିକ୍ଷୟତ୍ରୀ ସ୍ନେହଲତା ଲେଙ୍କା, ଚନ୍ଦ୍ରକାନ୍ତ ବେହେରା, କମଳା ଦାସ, ସ୍ଵର୍ଣପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ଛୋଟରାୟ, ଗୀତାଞ୍ଜଳୀ ସାହୁ, ମଧୁଛନ୍ଦା ଭଗତ, ମାରିୟମ ସିଦ୍ଦିକ ପ୍ରମୁଖ ଉପସ୍ଥିତ ରହିଥିଲେ।  ଶେଷରେ ବରିଷ୍ଠ ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *