ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ମଙ୍ଗଳବାର ମିଳିଛି ୧ କେଜି ସୁନା ଅଳଙ୍କାର। ମିଳିଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ହେବ । ଗୋଟିଏ ଦିନରେ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ଦାନ ମିଳିବା କେବେ ଦେଖାଯାଇନଥିଲା। ଏହା ହେଉଛି ପ୍ରଥମ ଘଟଣା। ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପରେ ରହିଥିବା ହୁଣ୍ଡିରେ ଭକ୍ତମାନେ ଟଙ୍କା ସୁନାରୁପା ଅଳଙ୍କାର ଦାନ କରିଥାନ୍ତି । ପ୍ରତେକ ଦିନ ସନ୍ଧ୍ୟାରେ ହୁଣ୍ଡି ଦାନବାକ୍ସ ଖୋଲାଯାଇ ଗଣତି ହୋଇଥାଏ। ମଙ୍ଗଳବାର ହୁଣ୍ଡି ଦାନବାକ୍ସ ଖୋଲାଯାଇ ଗଣତି ସମୟରେ ଏତେ ପରିମାଣର ସୁନା ଅଳଙ୍କାର ପଡ଼ିଥିବା ଦେଖିବାକୁ ମିଳିଥିଲା। ହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାର ବ୍ୟାଙ୍କରେ ଲକରରେ ରଖାଯିବ । ମଙ୍ଗଳବାର ହୁଣ୍ଡିରୁ ୧୦୦୦ ଗ୍ରାମ ୮୦୦ ମିଲିଗ୍ରାମ ସୁନା, ୧ ଗ୍ରାମ ୨୦୦ ମିଲିଗ୍ରାମ ରୁପା ଏବଂ ୬ ଲକ୍ଷ ୨୮ ହଜାର ୨୩୭ ଟଙ୍କା ମିଳିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *