Advertisement

ବ୍ୟୁରୋ : ଜଟଣୀ ହାଟ ବଜାର ର ଓଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବରପଦା ର  ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ମିଳିତ ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବଡଖବର ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ, ସମ୍ମାନିତ ଅତିଥି ଭାବେ  ନିରଞ୍ଜନ ଓଝା, କାଉନସିଲର ଉତ୍କଳ କେଶରୀ ବଳିୟାରସିଂ, ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଧୁନିକ ସମାଜର ଶିଶୁଙ୍କ ଚରିତ୍ର ଗଠନର ଶିକ୍ଷା ବିଶେଷ ଭାବେ ଶିଶୁ ମନ୍ଦିରରେ ପ୍ରଦାନ କରାଯାଉଛି । ଅଭିଭାବକ ମାନେ ଶିଶୁଙ୍କୁ ଚାପମୁକ୍ତ କରି ଗଢିତୋଳିବାକୁ ଅତିଥିମାନେ ନିବେଦନ କରିଥିଲେ। ବିଦ୍ୟାଳୟର ସଭାପତି ମିହିର କୁମାର ମହାନା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଗୁରୁମା ମମତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।

ବାର୍ଷିକ କ୍ରୀଡାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ସେବକ ସେବିକା ଓ ପରିଚାଳନା ସମିତିର କର୍ମକର୍ତ୍ତାମାନେ ଉତ୍ସବକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *