Advertisement

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୋ ପରିବାର ଓ ପୁରୀ ଜିଲ୍ଲା ପିପିଲିର ମହାବୀର ସେନାର ସଭ୍ୟମାନେ ଏବେ ମିଳିତ ଭାବେ ସେବା କାର୍ଯ୍ୟ କରିବେ। ମା”ଉତ୍ତରାୟଣୀ ପୀଠରୁ ମୋ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବାଇକ ଶୋଭାଯାତ୍ରାରେ  ପିପିଲି ନିକଟସ୍ଥ ପଦାପଡ଼ିଆରେ ଥିବା ମହାଦେବ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଉଭୟ ଅନୁଷ୍ଠାନର ସଭ୍ୟମାନେ ମିଶି ମିଳିତ ବୈଠକ କରିଥିଲେ।  ଆଗାମୀ ଦିନରେ ଉଭୟ ଅନୁଷ୍ଠାନ ମିଳିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ବୈଠକରେ ମୋ ପରିବାରର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ, ଶରତ ପାଇକରାୟ, ମୁନ୍ନା ନାୟକ, ସୁଶାନ୍ତ ପଟ୍ଟନାୟକ, ମୁନ୍ନା ମଙ୍ଗରାଜ, ନିରଂଜନ ପାତ୍ର, ଭାଗ୍ୟଧର ମହାପାତ୍ର, ମନୋଜ ଜେନା, ବିଜୟ ଶର୍ମା, ସତ୍ୟଶ୍ରୀ ମହାନ୍ତି,  ଭାରତ ମୋହନ ଦାଶ, ସ୍ଵର୍ଣ୍ଣରେଖା ଦାଶ ଓ ମହାବୀର ସେନାର ସଭାପତି ଶୁଭ୍ରାଂଶୁ କୁମାର, ଵିନତୀ ପ୍ରଧାନ, ରୋଶନ ନାୟକ, ସିପୁନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *