ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତା ମାନେ ତାଙ୍କର ପ୍ରଚାର ସେତିକି ଜୋରସୋରରେ କରୁଛନ୍ତି। ଲୋକମାନଙ୍କ ପାଖରେ ପହଞ୍ଚି ନିଜର ପ୍ରଚାର କରିବା ସହ, ନିର୍ବାଚନରେ ଜିତିଲେ କଣ ସବୁ କରିବେ ଲୋକମାନଙ୍କୁ ପ୍ରତିଶୃତି ଦେଉଛନ୍ତି।

ଜଟଣୀ ବିଧାନସଭା ଆସନ ପାଇଁ ମହିଳା ବିଧାୟକ ପ୍ରାଥୀ ଭାବେ, ଜଟଣୀର ଝିଅ ସମାଜସେବୀକା ତଥା ସୁସଙ୍ଗଠିକା ସୁନିତା ଦାସ ରାଷ୍ଟ୍ରୀୟ ମାନବ ଦଳରୁ ବିଧାୟକ ଟିକେଟ ପାଇ ନିର୍ବାଚନ ମୈଦାନକୁ ଓଲ୍ହାଇଛନ୍ତି। ସୁନିତା ନିଜ ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି। ଜଟଣୀର ମହିଳା, ଯୁବତୀ ଓ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ସୁନିତା।

Leave a Reply

Your email address will not be published. Required fields are marked *