ବ୍ୟୁରୋ :  ରେଳ ବିଭାଗର, ଏବେ ପଡିଛି ଭାଗ୍ୟ ଖରାପ। ଦୀର୍ଘ ଦୁଇ ମାସ ଭିତରେ ଘଟିଲାଣି ଅନେକ ଦୁର୍ଘଟଣା। ଚାଲିଗଲାଣି ଅନେକ ଜୀବନ । ଆଜି ପୁଣି ଘଟିଛି ଆଉ ଏକ ଦୁଃଖଦ ଘଟଣା। ହାୱଡା –ସିକନ୍ଦରାବାଦ, ଫାଲକନୁମା ଏକ୍ସପ୍ରେସ ଟ୍ରେନରେ ଲାଗିଛି ନିଆଁ। ଏହି ନିଆଁରେ ଜଳିଯାଇଛି  ତିନୋଟି ବଗି। 

ତେଲେଙ୍ଗାନା ପାଗିଡିପାଲି-ବୋମାଇପାଲି ଦେଇ ଯାଉଥିବା ଫାଲକନୁମା ଏକ୍ସପ୍ରେସ ଟ୍ରେନରେ ହଠାତ ଲାଗିଯାଇଥିଲା ନିଆଁ। ଫାଲକନୁମା ଏକ୍ସପ୍ରେସର, ଏସ୍-୪, ଏସ୍-୫,ଏସ-୬ ବଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଆଁ ଲାଗିବା ଦେଖି ଟ୍ରେନରୁ ଓଲ୍ହାଇ ପଡ଼ିଥିଲେ। ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଛି।

Leave a Reply

Your email address will not be published. Required fields are marked *