ଜଟଣୀ: ୭୪ ତମ ବନ ମହୋତ୍ସବ ସପ୍ତାହ, ଜଟଣୀ ବ୍ଲକ ଅଧିନ ହରିଡାମଡାରେ ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ମାନ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଅତିଥିମାନେ ହରିଡାମଡ଼ା ଗ୍ରାମର ବରୁଣେଇ ପାହାଡ଼ ପାଦଦେଶରେ ବୃକ୍ଷ ରୋପଣ କରିଥିଲେ। ସମସ୍ତ ଜନସାଧାରଣ, ବୃକ୍ଷ ରୋପଣ କରିବା ପାଇଁ ଅତିଥିମାନେ ନିବେଦନ କରିଥିଲେ।