Advertisement

ଜଟଣୀ : ଜଟଣୀ ପୋଷ୍ଟ ଅଫିସ ଛକ, ବ୍ୟବସାୟୀ ସଂଘ ଓ ପ୍ରେସକ୍ଲବ ପକ୍ଷରୁ, ବାହନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ, ବ୍ୟବସାୟୀ ଓ ସାମ୍ବାଦିକ ମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ଓ ପ୍ରେସକ୍ଲବର ସମ୍ପାଦକ ହୃଦାନନ୍ଦ କୋଦମାନସିଂହଙ୍କ ନେତୃତ୍ବରେ, ସମସ୍ତେ ଏକାଠି ହୋଇ ଦୁର୍ଘଟଣାରେ ଆହତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ମ୍ୟାନେଜର ତ୍ରିନାଥ ସାହୁଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ । 

ତ୍ରିନାଥ ଆଖି ସମ୍ମୁଖରେ ଘଟିଥିବା ସମସ୍ତ ଘଟଣା ବିଷୟରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସଭାପତି ମହମ୍ମଦ ଇସମାଇଲ ଅଲ୍ଲୀ, ରଙ୍ଗନାଥ ବେହେରା, ସଂଜୀବ କୁମାର, ଧୀରେନ ପ୍ରତିହାରୀ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିବା ବେଳେ ବ୍ୟବସାୟ ସଂଘର ସମ୍ପାଦକ ମାନସ ମିଶ୍ର, ସୁଜିତ କୁମାର ସାହୁ, ବିନୟ କୁମାର ସାହୁ, ନିମାଇଁ ଚରଣ ଦାସ, କୈଳାଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *