ବ୍ୟୁରୋ: ସାମାଜିକ ଅନୁଷ୍ଠାନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ରେଲୱେ ଇନଷ୍ଟିଚ୍ୟୁଟରେ ଯୁବ ଉତ୍ସବ -୨୦୨୪ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏସ. ଏଚ. ବାଜୱା ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଆଧୁନିକ ଓ ପାରମ୍ପରିକ ପଟଚିତ୍ର ଶିଳ୍ପୀ ପଦ୍ମଶ୍ରୀ ବିନୋଦ ମହାରଣା, ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ଅଭିଷେକ ଗିରୀ, ଶିକ୍ଷାବିତ ତ୍ରିଲୋଚନ ରାୟ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ସବିତା ରାୟ ମଞ୍ଚ ପରିଚାଳନା କରିଥିଲେ। ଯୁବକ ମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନେ ଚାହିଁଲେ ଦେଶର ବିକାଶ  ହୋଇପାରିବ। ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ତିରୁପତି ଶତପଥି, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ଜେନା, ରଘୁନାଥ ନାୟକ, ମନୋଜ ମିଶ୍ର,କିଶୋର ସାହୁ, କବି ପାଇକରାୟ, ନାଗଭୂଷଣ ରାୟ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *