Advertisement

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ୨୦୨୩-୨୪ ଶିକ୍ଷାବର୍ଷରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨-୨୩ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ପାଇଥିବା ସୁଚିସ୍ମିତା ମହାନ୍ତି, ଦ୍ଵିତୀୟ ସ୍ଥାନ ପାଇଥିବା ଦିବ୍ୟାଶା ମଲ୍ଲିକ ଓ ତୃତୀୟ ସ୍ଥାନ ପାଇଥିବା ବି. ଗିରିଶାଙ୍କୁ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାସ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ଡ. କର ଓଡ଼ିଶା ତଥା ଭାରତର ରାଜନୀତି ବିଜ୍ଞାନର ମୁଖ୍ୟ ବିନ୍ଧାଣୀ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଜୀବନୀ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସଂପର୍କିତ ଏକ ଦୀକ୍ଷାନ୍ତ ଭାଷଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଜିତ କୁମାର ସୁନ୍ଦରାୟ ଏବଂ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ. ଅନୁପ କୁମାର ମହାନ୍ତି ଓ ଓଡ଼ିଆ ବିଭାଗର ମୁଖ୍ୟ ଡ. ତପନ ମିଶ୍ର ଯୋଗ ଦେଇଥିଲେ । ଯୋଗଦେଇଥିଲେ । ବିଭାଗୀୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ, ଶାନ୍ତିଲତା ସାହୁ, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହାଳ ଏବଂ ରାଜୀବ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଦୀପସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *