Advertisement

ବ୍ୟୁରୋ: ସାହିତ୍ୟ ସର୍ବଦା କାଳଜୟୀ । କାଳଜୟୀ ସାହିତ୍ୟ ଆତ୍ମାର କଥା କହେ । ଦରଦୀ ହୃଦୟର ମର୍ମକୁ ସ୍ପର୍ଶ କରେ । ସାହିତ୍ୟ ହିଁ ଜୀବନ ଜିଇଁବାର ଅନନ୍ୟ ମାଧ୍ୟମ , ଯାହା ମସ୍ତିଷ୍କରେ ତଥା ହୃଦୟରେ ଅନୁଭୂତ ହୁଏ, ଏଭଳି କିଛି ହୃଦୟସ୍ପର୍ଶୀ କଥା ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆୟୋଜିତ ପାଠଚକ୍ରରେ କହିଛନ୍ତି କବି ସୂର୍ଯ୍ୟ ମିଶ୍ର ।

ବିଭାଗର ମୁଖ୍ୟ ଡ. ତପନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ‘ସାହିତ୍ୟ କ’ଣ ଓ ଏହାର ଲକ୍ଷ୍ୟ’ ଶୀର୍ଷକ ପାଠଚକ୍ରରେ ଆଲୋଚକ ଭାବେ ଯୋଗ ଦେଇଥିଲେ କବି ସୂର୍ଯ୍ୟ ମିଶ୍ର । ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ଯୋଗ ଦେଇ ଜୀବନ ଗଠନରେ ସହିତ୍ୟ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

ଇଂରାଜୀ ବିଭାଗର ଅଧ୍ୟାପକ ଅନୀଲ କୁମାର ନନ୍ଦ, ସାହିତ୍ୟ କିପରି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଓ ସୁସ୍ଥ ସମାଜ ଗଠନର ମୂଖ୍ୟ ପୁରୋଧା ଭାବେ ଭୂମିକା ନିର୍ବାହ କରେ ତାହା ପରି ପ୍ରକାଶ କରିଥିଲେ । ଅଧ୍ୟାପିକା ଡ. ପୁଷ୍ପାଞ୍ଜଳି ସାମଲ ପାଠଚକ୍ର ବିଷୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ଡ଼. ଆଲୋକ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।

କାଜଲ ପଣ୍ଡା, ସୁଶ୍ରୀ ସଂଗୀତା ଦାସ, ଦେବାଶିଷ ବାରିକ ଓ କିରଣ ଦାଶ ପ୍ରମୁଖ ଛାତ୍ରୀଛାତ୍ରୀ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ, କାର୍ତିକ ଚନ୍ଦ୍ର ଦାସ, ଦୀପ ସୁନ୍ଦର ବେହେରା, ଅମିତ ବିକ୍ରମ ପଟ୍ଟନାୟକ, ଅଜିତ୍ର ସୁନ୍ଦରାୟ, ଅନୁପ ମହାନ୍ତି, ସମରେନ୍ଦ୍ର ମହାପାତ୍ର, ପରମିତା ପ୍ରହରାଜ, ଗଣେଶ୍ଵର ମଲ୍ଲିକ, ପ୍ରଦୀପ କୁମାର ମହାରଥ, ଭାଗ୍ୟଶ୍ରୀ ନାୟକ, ସ୍ନେହା ସୌଭାଙ୍ଗୀ, ପୁଣିତା ପ୍ରହରାଜ, ପ୍ରତାପ କୁମାର ମହାପାତ୍ର, ସୁଜାତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ । ଅଧ୍ୟାପିକା ସୁପ୍ରିୟା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *