Advertisement

ବ୍ୟୁରୋ : ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସଂଘ ପକ୍ଷରୁ ମହାଆଡମ୍ବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝରଣା ସ୍ୱାଇଁ ଉତ୍ସବରେ ସଭାପତିତ୍ୱ କରିଥିଲେ। ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥିଭାବେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ପ୍ରଧାନ ଯୋଗଦେଇଥିଲେ।

ଅନ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ନୋଟରୀ ଅବନୀ କୁମାର ରାଉତରାୟ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ବରିଷ୍ଠ ଡାକ୍ତର ସାୱରମଲ ଅଗ୍ରୱାଲ, ବିଶିଷ୍ଠ ବ୍ୟବସାୟୀ ସୁନିଲ ଅଗ୍ରୱାଲ, କାଉନସିଲର ଇତିଶ୍ରୀ ଦାସ, ପୌର ଅଧକ୍ଷା ଆରତୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥି ମାନଙ୍କ ମଧ୍ୟରୁ ଅନେକ ଅତିଥି  ବିଦ୍ୟାଳୟର ପୁରାତନ ଛାତ୍ର ରହି ଥିବାରୁ, ସେମାନେ ତାଙ୍କ ପାଠ ପଢିବା ସମୟର ଅନେକ ଅଭୁଲା ସ୍ମୃତି କୁ ମନେ ପକେଇ ନିଜ ବକ୍ତବ୍ୟରେ କହିଥିଲେ।

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ରମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *