Advertisement

ବ୍ୟୁରୋ : ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଗାନ୍ଧୀ ବିଚାରଧାରା ସମଗ୍ର ବିଶ୍ଵରେ ସର୍ବଶ୍ରେଷ୍ଠ । ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ଅଭିଯାନରେ, ସମାଜର ସବୁ ବର୍ଗର ଜନସାଧାରଣ ନିଜକୁ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଛି । ସତ୍ୟ ଓ ଅହିଂସା ପଥକୁ ପାଥେୟ କରି ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ବକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ଆଜି ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ପାଲଟିଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।

ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନର ଚେୟାରମ୍ୟାନ ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଭକ୍ତବନ୍ଧୁ ଚୌଧୁରୀ, ଆଦି ନାରାୟଣ ଖଣ୍ଡୁଆଳ, ରବିନ୍ଦ୍ର ପ୍ରସାଦ ମିଶ୍ର, ସାରଙ୍ଗ ଧର ବେହେରା, ବାସୁଦେବ ସେଠୀ, ମହମ୍ମଦ ଇମାମଉଦିନ, ବିଜୟ କେତନ ଜେନା, ସାମ୍ବାଦିକ ବୀର କିଶୋର ବାରିକ, ହବିବୁର ରହମନ, ମନ୍ମଥ କୁମାର ଡାକୁଆ, ସମୀର ଖାନ, ମନମୋହନ ରାଉତରାୟ, ଶିବ କୁମାର ଝୁନଝୁନଓ୍ବାଲା,ଗଣେଷ କୁମାର ଅଗ୍ରୱାଲା, ମହେଶ ସନ୍ତୁକା, ମୁକେଶ ଅଗ୍ରଓ୍ବାଲା, ସୋନୁ ଯୋଶୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମାଜସେବୀ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ରାମଧୁନ ଗାନ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *