ବ୍ୟୁରୋ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଜଟଣୀ କ୍ୟାମ୍ପସରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଚାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସୁରକ୍ଷା ୟୁନିଟ୍, ନ୍ୟାସନାଲ କ୍ୟାଡେଟ୍ କର୍ପସ୍ (ଏନସିସି), ଇଣ୍ଟର ଆଇଆଇଟି ଛାତ୍ରଛାତ୍ରୀ କ୍ରୀଡ଼ା ଦଳ ପ୍ୟାରେଡ଼ ପଦର୍ଶନ କରିଥିଲେ।

ପ୍ରଫେସର ଶ୍ରୀ କରମଲକର ନିଜ ବକ୍ତବ୍ୟରେ କହିଥିଲେ ଆଧୁନିକ ବିକାଶ ବନାମ ହେରିଟେଜ୍ ସଂରକ୍ଷଣ ଏକ ବିତର୍କର ବିଷୟ ପାଲଟିଛି। ଉଭୟର ଗୁରୁତ୍ବକୁ ବୁଝିବା ଏବଂ ଉଭୟକୁ ସାଥୀରେ ନେଇ ଆଗକୁ ବଢିବା ଦରକାର। କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ ଗଭର୍ନରସର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ , ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପର), ପ୍ରଶାନ୍ତ କୁମାର ସାହୁ, ଡିନ୍ (ଆଲୁମିନି ବ୍ୟାପାର ଏବଂ ଆନ୍ତର୍ଜାତୀୟ ସମ୍ପର୍କ), ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର, ଡକ୍ଟର ଶ୍ରୀନିବାସ ରାମାନୁକାମ କନ୍ନନ, ପ୍ରଫେସର ଇନ୍-ଚାର୍ଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *