Advertisement

ଖୋର୍ଦ୍ଧା,୨୨/୪ : ରାଜ୍ୟ ସରକାରଙ୍କର ଯୁଗାନ୍ତକାରୀ ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲସ ଫୋରମ୍ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖୋର୍ଦ୍ଧାର ଆରାଧ୍ୟ ଦେବୀ ପୀଠ ମା” ବରୁଣେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ଉତ୍ସବ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜାଙ୍କ ପୌରହିତ୍ୟରେ ଖୋର୍ଦ୍ଧା ଜିଲ୍ଲାର ୪୯ ଗୋଟି ଯୋଡି କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମ୍ପୂର୍ଣ୍ଣ ବୈଦିକ ରିତୀନୀତିରେ ବିବାହ କାର୍ଯ୍ୟ ସମ୍ପୂର୍ଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ୪୯ ଯୋଡି ବର କନ୍ୟାଙ୍କୁ  ରୁପାର ମଙ୍ଗଳ ସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶ୍ରିବାଦ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବିଧାୟକ ବେଗୁନିଆ  ପ୍ରଦୀପ କୁମାର ସାହୁ, ବିଧାୟକ ଭୁବନେଶ୍ଵର, ମଧ୍ୟ ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ , ଖୋର୍ଦ୍ଧା ପୌରାପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ସାଧାରଣ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ଅନାଦି ଚରଣ ସେଠି, ଅବକାରୀ ଅଧିକ୍ଷକ ,ଖୋର୍ଦ୍ଧା ସୁମିତ୍ରା ତ୍ରିପାଠୀ, ସଦର ବିଡ଼ିଓ ,ସିଦ୍ଧାର୍ଥ ପଟ୍ଟନାୟକ  ଯୋଗ ଦେଇଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଓ କାର୍ଯ୍ୟକାରୀ ସଂସ୍ଥା  ପିପୁଲ୍ସ ଫୋରମ୍ ସଭାପତି, ସମ୍ପାଦକ ମିଳିତ ପରିଚାଳନାରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ  ସମାପିତ ହୋଇଥିଲା । ଏଥି ନିମନ୍ତେ ୪୯ ଗୋଟି ବରକନ୍ୟାଯୋଡି ବିଭାଘର ନିମନ୍ତେ ୪୯ ଗୋଟି ବେଦି ସହ ୪୯ ଜଣ ବ୍ରାହ୍ମଣ ଙ୍କୁ ନିୟୋଜିତ କରାଯାଇଥିଲା ।

୪୯ଜଣ  କନ୍ୟାଙ୍କୁ ବନାରସୀ ପାଟ ଓଢ଼ଣି ଏବଂ ୪୯ ଜଣ ବରଙ୍କୁ ଶେରୱାନି,ଜୋତା ମୁକୁଟ,ମଙ୍ଗଳ ସୂତ୍ର, ଗୋଡର ଝୁଣ୍ଟିଆ, ବୈଦିକ ରୀତିନୀତି ତେଲିଙ୍ଗି ବାଜା ଶଙ୍ଖ ,୧୭୦୦ଲୋକଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ, ସକାଳ ଜଳଖିଆ, ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ଖୋର୍ଦ୍ଧା ପାଇକ ପଗଡି ପିପୁଲସ ଫୋରମ୍ ତରଫରୁ ଯୋଗାଇ ଦିଆଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *