Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁରସ୍ଥିତ ସ୍ଥିତ ଆଶା ପ୍ଲେ ସ୍କୁଲ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବରିଷ୍ଠ ଡାକ୍ତର କୃଷ୍ଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନିରଞ୍ଜନ ବେହେରା, ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର କୋ- ଫାଉଣ୍ଡର ପ୍ରଦୀପ୍ତ କୁମାର ଶତପଥୀ, ଯୁବ ଇଞ୍ଜିନିୟର ଅଂଶୁମାନ ଶତପଥୀ ଯୋଗଦେଇଥିଲେ। ବରିଷ୍ଠ ଡାକ୍ତର କୃଷ୍ଣ କୁମାର ମହାନ୍ତି ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ଅଭିବାବକ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅତିଥିମାନେ ଗଣତନ୍ତ୍ର ଦିବସର ଗୁରୁତ୍ଵ ଓ ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ବିଜୟିନୀ ଦାଶ ସଭା ପରିଚାଳନା କରିଥିବାବେଳେ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୀପ୍ତିମୟୀ ମଙ୍ଗରାଜ, ପୂଜା ସାମନ୍ତରାୟ, ଜୟଲଷ୍ମୀ କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଇଲା ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *