Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ସ୍ଥିତ ସୋସାଇଟି ଫର୍ ଚିଲ୍ଡରେନ୍ ସୋଚ୍ ଅନୁଷ୍ଠାନରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ମନୋଜ କୁମାର ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। ଗଣତନ୍ତ୍ର ଦିବସର ଗୁରୁତ୍ଵ ଓ ମହତ୍ତ୍ଵ ବିଷୟରେ ଶ୍ରୀ ସ୍ୱାଇଁ କହିଥିଲେ। ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ କିପରି ପୁନଃ ଶିକ୍ଷାଦାନ କରାଯାଇପାରିବ ସେ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ପୁନର୍ବାସ ରେ ରହୁଥିବା ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପ୍ରୋଗ୍ରାମ ମୁଖ୍ୟ ଲକ୍ଷ୍ମୀପ୍ରିୟା ସିଂ ଓ ସମସ୍ତ ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ରୋଜଲିନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *