Advertisement

ଜଟଣୀ,୧୬/୬: ଡାଇରିଆ ଝାଡ଼ାବାନ୍ତି କୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିଥିବା ବେଳେ, ପ୍ରଶାସନ ପକ୍ଷରୁ ଆଗରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ଜଟଣୀ ଅଞ୍ଚଳରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଦଳ ଓ ଜଟଣୀ ପୌର ପରିଷଦ ପକ୍ଷରୁ ମିଳିତ ଚାଡାଉ କରାଯାଇଥିଲା। ସହରର ବିଭିନ୍ନ ବଜାରରେ ରହିଥିବା ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନ, ଠେଲା ଗାଡିରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କରିଥିଲେ ବିଭାଗୀୟ ଅଧିକାରୀ। 

ଅନେକ ଜାଗାରେ ଅପମିଶ୍ରିତ ଏବଂ ନିମ୍ନମାନର ଖାଦ୍ୟ ପଦାର୍ଥକୁ ନଷ୍ଟ କରାଯଇଥିଲା ବେଳେ ୧୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନଗରପାଳ ଅନନ୍ତ ବେହେରା କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *