Advertisement

ଜଟଣୀ,୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଜଟଣୀ ସ୍ଥିତ ଗୋପବନ୍ଧୁ ପାର୍କ ପରିସରରେ ପାଳିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ପୌରହିତ୍ୟ କରିଥିଲେ । ଆଜିର ଯୁବ ଓ ଛାତ୍ର ସମାଜ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସ୍ବାଭିମାନକୁ ବଜାୟ ରଖ୍ ସମାଜରେ ସେବା ମୁଳକ କାଯ୍ୟ କରିବା ପାଇଁ ଅତିଥି ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାଯ୍ୟକ୍ରମରେ ସେବା ସଂଘର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ରବି ସ୍ବାଇଁ ,ଦିବାକର ମଙ୍ଗରାଜ, ବୈଷ୍ଣବ ବରାଳ, ସାରଙ୍ଗଧର ବେହେରା, ନଟବର ସ୍ବାଇଁ, ସୁରେଶ ଚନ୍ଦ୍ର ରଥ, ବିଜୟରାମ ମହାନ୍ତି, ଭକ୍ତବନ୍ଧୁ ଚୌଧୁରୀ, ସାମ୍ବାଦିକ ନିଳାସର ମିଶ୍ର,ସାମ୍ବାଦିକ ଶୁଭ୍ରାଂଶୁ ଶେକର ଭଟ୍ଟାଚାର୍ଯ୍ୟ, ଆଦିନାରାୟଣ ଖଣ୍ଡୁଆଳ, ବିରେନ୍ଦ୍ର ଛୋଟରାୟ, ଶରତ ଚନ୍ଦ୍ର ପାଇକରାୟ, ବାସୁଦେବ ସେଠୀ, ସୁଶାନ୍ତ ରାଉତ, କିଶୋର ଚନ୍ଦ୍ର ପାଇକରାୟ, ଆଡ୍‌ଭୋକେଟ ଦେବାଶିଷ ଦାସ, ପୁଲକ ରଂଜନ ସ୍ବାଇଁ, ଜ୍ଞାନରଂଜନ ଦାସ, ହବିବୁର ରହମନ, ରଜନୀକାନ୍ତ ପଣ୍ଡା ପ୍ରମୁଖ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶେଷରେ ଆଡ୍‌ଭୋକେଟ ଶିବ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *