ଜଟଣୀ, ୬/୨: ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ” ସାମ୍ବତ୍ସରିକ ପାଠଚକ୍ର – ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ ବର୍ମା ଯୋଗଦେଇ ଆନୁଷ୍ଠାନିକ ଭାବେ ପାଠଚକ୍ରକୁ ଉଦ୍‌ଘାଟନ କରିବା ସହ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ଭକ୍ତିତତ୍ଵ ସମ୍ବଳିତ ମର୍ମସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ I ଜନତା ମହାବିଦ୍ୟାଳୟ କୁହୁଡ଼ିର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଜ ବାଗ୍ମୀ ଡ. ଚନ୍ଦ୍ରଶେଖର ଦାଶ କଥାବାଚକ ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ତତ୍ବ ତଥା ଓଡ଼ିଆ ସାହିତ୍ୟର ପରିସରକୁ କିପରି ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସମ୍ବଳିତ କାବ୍ୟ କବିତା ରସାତ୍ମକ କରିପାରିଛି ତାହା ଉପରେ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ଡ. ତପନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଅନୁପ କୁମାର ମହାନ୍ତି ସ୍ବାଗତ ଭାଷଣ ମାଧ୍ୟମରେ ‘ଜଗନ୍ନାଥ ହିଁ ପ୍ରତିଟି ଓଡ଼ିଆଙ୍କର ପରିଚୟ ବୋଲି ଅଭିହିତ କରିଥିଲେ । ଅଧ୍ୟାପିକା ଡ. ପୁଷ୍ପାଞ୍ଜଳୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ, ଅଧ୍ୟାପିକା ସୁପ୍ରିୟା ମିଶ୍ର ପ୍ରସଙ୍ଗ ଭିତିକ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପିକା ଡ. ପୁଷ୍ପଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଅଧ୍ୟାପକ ଡ. ଆଲୋକ କୁମାର ଛୋଟରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *