ଜଟଣୀ, ୧୨/୨: ତୃତୀୟ ପଥ ଉତ୍ସବରେ ୨୦ଫୁଟ ଉଚ୍ଚ ଶିବ ମୂର୍ତ୍ତି ହେବ ମୁଖ୍ୟ ଆକର୍ଷଣ । ଆସନ୍ତା ୧୫ତାରିଖ ରବିବାର ମହାଶିବରାତ୍ରୀ ରେ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବର ମୂଖ୍ୟ ବିଶ୍ୱରଞ୍ଜନ ବଡ଼ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ବଡ଼ଜେନା କହିଛନ୍ତି ଜଟଣୀ ପଥ ଉତ୍ସବ ପ୍ରତି ଜନସାଧାରଣଙ୍କ ଭଲ ପାଇବା ରହିଛି ସେଥିପାଇଁ ମୁଁ ଜଟଣୀ ବାସୀଙ୍କ ନିକଟରେ କୃତଜ୍ଞ । ପ୍ରଥମ ଓ ଦିତୀୟ ପଥ ଉତ୍ସବରେ ଆମେ ଜଟଣୀ ବାସୀଙ୍କ ସମର୍ଥନ ପାଇଛୁ। ଏହି ତୃତୀୟ ପଥ ଉତ୍ସବ କୁ ଆହୁରି ଆକର୍ଷଣୀୟ କରାଯିବ। ଆଗାମୀ ଫେବୃଆରୀ ୧୫ ତାରିଖ ମହାଶିବରାତ୍ରୀରେ ତୃତୀୟ ପଥ ଉତ୍ସବ ପଡୁଥିବାରୁ ଜନସାଧାରଣ ପଥ ଉତ୍ସବ ରେ ଭକ୍ତିମୟ ପରିବେଶ କୁ ଅନୁଭବ କରିବେ। ସେଥିପାଇଁ ୩ୟ ପଥ ଉତ୍ସବକୁ ଶିବ ରାତ୍ରି ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଆକର୍ଷଣ ସାଜିବ ୨୦ଫୁଟ ଉଚ୍ଚତା ର ଶିବ ମୂର୍ତ୍ତି । ହରିଭାଇନା ଛକ ଠାରୁ ମହୁଲ ଗୁଡିଆ ଛକ ପର୍ଯ୍ୟନ୍ତ ସୁସଜ୍ଜିତ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ପଥ ଉତ୍ସବର ମୁଖ୍ୟ ଆବାହକ ରୁଷି ପଟ୍ଟନାୟକ, ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ଯୁଗ୍ମ ଆବାହକ ଉମାକାନ୍ତ ପଟ୍ଟନାୟକ, ଅଗ୍ନିଶମ ଅଧିକାରୀ ଲକ୍ଷ୍ମଣ ବେହେରା, ଲିଟୁ ରାଉତରାୟ, ତିରୁପତି ଶତପଥୀ ଓ ପ୍ରଶାନ୍ତ ବେହେରା , ସବ୍ୟସାଚୀ ଦାସ ଉପସ୍ଥିତ ଥିଲେ ।
