ବ୍ୟୁରୋ, ୨୨/୨: ଖୋର୍ଦ୍ଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାବାସୀଙ୍କ ସହ ଏକାଠି ବସି ଶୁଣିଛନ୍ତି।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଅନେକ ବୁଦ୍ଧିଜୀବୀ, ମହିଳା ଓ ଯୁବଗୋଷ୍ଠୀ ଏକାଠି ବସି ମୋଦୀଙ୍କ ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ମୋଦି ସୁନ୍ଦରଗଡ଼ର ସଫଳ ଚାଷୀ ହିରୋଦ ପଟେଲଙ୍କ ସଫଳତା ବାଖ୍ୟା କରିଥିଲେ। ଏଥିସହ ଏଆଇର ବ୍ୟବହାର, ପାଣ୍ଡୁଲିପି ଉପରେ ଗବେଷଣା ସଂପର୍କରେ ଆଲୋକପାତ କରିଥିଲେ।

ମନ୍ କି ବାତ୍ କାର୍ଯ୍ୟକ୍ରମ ସରିବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ନିଷ୍ଠାପର ସେବା କରିବାକୁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କହିଥିଲେ । ପରେ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ ।
