Advertisement

ଖୋର୍ଦ୍ଧା, ୨/୪: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଉଦଘାଟିତ ହେଲା ଇଂରାଜୀ ମାଧ୍ୟମିକ ଗାୟତ୍ରୀ ପବ୍ଲିକ ସ୍କୁଲ । ଉଦଘାଟନ ଉତ୍ସବରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଏ.ବି.ଓ ରବୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଟାଙ୍ଗୀ ଓକିଲ ସଂଘର ସଭାପତି ସୁରେନ୍ଦ୍ର ବେହେରା , ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ରଣା , ଆକ୍ସିସ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଅଂଶୁମାନ ଦାସ ଯୋଗଦେଇଥିଲେ । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ।

ଏକ ବର୍ଣ୍ଣାଢ୍ୟ ପରିବେଶରେ ଅଭିଭାବକମାନେ ନିଜ ଶିଶୁ ମାନଙ୍କର ନାମ ବିଦ୍ୟାଳୟରେ ଲେଖାଇଥିଲେ। ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ପଲେଇ ନିଜର ଉଦ୍ୟମରେ ଆରମ୍ଭ କରିଥିବା ଏହି ଶିକ୍ଷା ଅନୁଷ୍ଠାନର ଭବିଷ୍ୟତ ଉଜ୍ୱଳମୟ ହେଉ ଏବଂ ଚାପ ମୁକ୍ତ ଶିକ୍ଷାଦାନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ଭୁଜବଳ କହିଥିଲେ । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ଟାଙ୍ଗୀ ଓକିଲ ସଂଘର ସଭାପତି ଶ୍ରୀ ବେହେରା । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କୁ ମଣିଷ ଗଢ଼ା କାରଖାନାର ନିର୍ମାତା ବୋଲି ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ କହିଥିଲେ । ଟାଙ୍ଗୀ ଅଞ୍ଚଳରେ ଇଂରାଜୀ ଶିକ୍ଷା ଅନୁଷ୍ଠାନର ନିର୍ମାଣ ନିଶ୍ଚିତ ଭାବେ ଏ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସମ୍ମାନୀତ ଅତିଥି ତଥା ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ଶ୍ରୀରଣା କହିଥିଲେ। ଶିକ୍ଷା ଗ୍ରହଣ କରୁଥିବା କୁନି କୁନି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ବହୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିଥିଲେ ସମ୍ମାନୀତ ଅତିଥି ଅଂଶୁମାନ ଦାସ । ଉତ୍ତମ ପରିବେଶ ସାଙ୍ଗକୁ ଉତ୍ତମ ଶିକ୍ଷା ଦାନ ଏବଂ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ସହଯୋଗ ହିଁ ଗାୟତ୍ରୀ ପବ୍ଲିକ ସ୍କୁଲର ଭବିଷ୍ୟତ ହେବ ବୋଲି ଟାଙ୍ଗୀ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ ଚୈ।ଧୁରୀ କହିଥିଲେ । ଏହି ଶିକ୍ଷା ଅନୁଷ୍ଠାନର ଉତ୍ତୋରତର କାମାନା କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ଦାସ । ସ୍କୁଲର ଅଧ୍ୟାପକ-ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *