ଖୋର୍ଦ୍ଧା, ୨୨/୫: ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଦଶରଥପୁର, ଯାଜପୁରର ସାରସ୍ୱତ ସାହିତ୍ୟ ସାଂସ୍କୃତିକ ପରିଷଦର ଉପ-ସଭାପତି ତଥା ମୁଖପତ୍ର ‘ବର୍ତ୍ତିିର୍କା’ର ସୋଜନ୍ୟ ସମ୍ପାଦକ ଦେବେନ୍ଦ୍ର ନାରାୟଣ ବାରିକ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ତାଙ୍କ କାର୍ଯ୍ୟଳୟରେ ସାକ୍ଷାତ କରି ‘ବର୍ତ୍ତିିର୍କା’ର ବିଷୁବ ତଥା ସ୍ୱନକ୍ଷତ୍ର ବିଶେଷାଙ୍କ ଏବଂ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଖଗେଶ୍ୱର ବାରିକଙ୍କ ପୁସ୍ତକ ‘ସୋନାଲୀର ହସ’ ପ୍ରଦାନ କରିଥିଲେ । ଜିଲ୍ଲାପାଳ ପୁସ୍ତକ ଦୁଇଟି ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ଶ୍ରୀବାରିକ ଙ୍କୁ ଧନ୍ୟବାଦ ଦେଇଥିଲେ ।

