Advertisement

ଜଟଣୀ: ପରିବେଶ ସଫା ରଖିବା ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ପରିବେଶ ସଫା ରହିବା ବଦଳରେ, ରାସ୍ତା ଉପରେ ଗଦା ହୋଇ ରହିଛି, କୁଢ଼ କୁଢ଼ ଅଳିଆ। ଏଭଳିଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ଅଞ୍ଚଳରେ।

ଜଟଣୀ  ପୋୖର ପରିଷଦରେ ରହିଛି ୨୩ ଗୋଟି ୱାର୍ଡ । ପ୍ରତିଦିନ ସହର ସଫା ରଖିବା ପାଇଁ ରହିଛନ୍ତି 200ରୁ ଉର୍ଦ୍ଧ ସଫେଇ କର୍ମଚାରୀ। ତାସହ ଅଳିଆ ଉଠେଇବା ପାଇଁ ଟ୍ରାକ୍ଟର ଓ ବ୍ୟାଟେରୀ ଗାଡି। ସଫେଇ କାର୍ଯ୍ୟ ତଦାରଖ କରିବା ପାଇଁ ନିୟୋଜିତ ହୋଇଛନ୍ତି ୱାର୍ଡ ଅଫିସର ଓ ସ୍ୱଚ୍ଛ ସାଥି। ଏତେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ସହରରେ ଗଦା ହୋଇ ରହୁଛି ଅଳିଆ। ଲୋକମାନେ କହିଛନ୍ତି ଖାଲି ପ୍ରଚାରରେ ଚାଲିଛି ସଫେଇ କାର୍ଯ୍ୟ।

ଜଟଣୀର ମୁଖ୍ୟ ବ୍ୟବସାୟ ପେଣ୍ଠ କୁହାଯାଉଥିବା ରାଜା ବଜାର, ବଡବଜାର, ସିତାରାମ ଛକ, ଦୁର୍ଗା ମାର୍କେଟ, ନୀଳାଚଳ ମାର୍କେଟ ଆଦି ଅଞ୍ଚଳରେ ପ୍ରଦିଦିନ ଜନସାଧାରଣଙ୍କ ଗହଳି ଲାଗିଥାଏ।କିନ୍ତୁ ଏହିସବୁ ବଜାରରେ ଅଳିଆ ଗଦା ହୋଇରହୁଥିବାର ଲୋକମାନଙ୍କ ସହ ବ୍ୟବସାୟୀ ହଇରାଣ ହେଉଛନ୍ତି। ଗାଇ, କୁକୁର ମାନେ ଏହି ଅଳିଆ ଗଦାରୁ  ଜରି, ପୋଚିଯାଇଥିବା ଖାଦ୍ୟ ଖାଇ ଅସୁସ୍ଥ ହେଉଛନ୍ତି। ଗଦା ହୋଇଥିବା ଅଳିଆ ସବୁ ପୋଚି  ଭୀଷଣ ଦୁର୍ଗନ୍ଧ ହେଇଛି ବଜାର।

ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି  ଗଦାହୋଇ ରହିଥିବା ଅଳିଆରୁ ବହୁତ ଦୁର୍ଗନ୍ଧ ବାହାରୁଛି, ସେଥିପାଇଁ ଦୋକାନରେ ବସି ବ୍ୟବସାୟ କରିହେଉନି। ଗ୍ରାହକମାନେ ମଧ୍ୟ ଦୁର୍ଗନ୍ଧ ହେଉଥିବାରୁ ଦୋକାନ ଆସୁନାହାନ୍ତି। ପ୍ରତିଦିନ ଅଳିଆ ଉଠେଇବାକୁ ସାଧାରଣରେ ଦାବି ହୋଇଛି।

Advertisement

Leave a Reply

Your email address will not be published. Required fields are marked *