Advertisement

ଜଟଣୀ: ଜଟଣୀ ହରିଭାଇନା ଛକରେ ଥିବା, ନୂଆ ବସ୍ ଷ୍ଟାଣ୍ଡ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ। ବସ୍ ଷ୍ଟାଣ୍ଡର ପୁରୁଷ ଶୌଚାଳୟ ଭିତରେ, ଜଣେ ଯୁବକ ମୃତ୍ୟ ସହ ଲଢେ଼ଇ କରୁଛନ୍ତି।

ଯୁବକଙ୍କ ନା କେହି ଜାଣି ନଥିବା ବେଳେ ତାଙ୍କୁ ଭାଇନା ବୋଲି ସମସ୍ତେ ଡାକୁଛନ୍ତି। ତାଙ୍କ  ଘର ଆସ୍କା  ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଭାଇନା ଜଟଣୀରେ ଦୀର୍ଘ ବର୍ଷ ହେବ ଦିନ ମଜୁରିଆ କାମ କରି ପେଟ ପୋଶନ୍ତି। ଆଉ ରାତିରେ ବସ୍ ଷ୍ଟାଣ୍ଡ ଭିତରେ କିମ୍ବା କାହା ବାରଣ୍ଡାରେ ଶୁଅନ୍ତି।

ଗତ ଏକ ମାସ ହେବ ତାଙ୍କ ଦେହ ଭୀଷଣ ଖରାପ ହେବାରୁ, ସେ ଆଉ ଉଠି ପାରୁନାହାନ୍ତି । ବସ୍ ଷ୍ଟାଣ୍ଡ ଶୌଚାଳୟ ଭିତରେ ପଡି ରହିଛନ୍ତି। ସ୍ଥାନୀୟ ଲୋକେ ଭାଇନାଙ୍କୁ ଖାଇବାକୁ ଖାଦ୍ୟ ଦେଲେବି ସେ ଖାଇପାରୁନାହଁନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଭାଇନଙ୍କୁ ଉଦ୍ଧାର କରି, ହସ୍ପିଟାଲ ପଠେଇବା ପାଇଁ ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଦାବୀ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *