Advertisement

ଜଟଣୀ: ବହୁ ପ୍ରତିକ୍ଷିତ ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବାକୁ ଯାଉଛି। ଉଦଘାଟନ ତାରିଖ ପ୍ରଶାସନ ଘୋଷଣା କରିନଥିଲେ ମଧ୍ୟ, ଖୁବଶୀଘ୍ର ଏହାର ଉଦଘାଟନ ହେବ ବୋଲି ଜଟଣୀବାସୀ ଆଶା ରଖିଛନ୍ତି। ଗୁରୁବାର ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଯୁବକମାନେ ମାଉସୀ ମା’ ଛକରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତାକା ଧରି, ଜଟଣୀ ଫ୍ଲାଏ ଓଭର ବ୍ରିଜ ପର୍ଯ୍ୟନ୍ତ ମିନି ମାରାଥନରେ ଆସିଥିଲେ। ଯୁବକମାନେ ଜଟଣୀ ଓଭର ବ୍ରିଜରେ ପହଞ୍ଚିବା ପରେ ଶ୍ରୀ ଜଗନ୍ନାଥଙ୍କ ପତାକା ସେଠାରେ ପୋତିଥିଲେ। ଏହାସହ ବ୍ରିଜ ନିର୍ମାଣ କରିବା ପାଇଁ, ଯେଉଁବ୍ୟକ୍ତି ମାନେ ପୂର୍ବରୁ ସଂଗ୍ରାମ କରିଥିଲେ, ସେମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *