Advertisement

ଜଟଣୀ: ଖୋର୍ଦ୍ଧାରୋଡ ରେଳମଣ୍ଡଳ ଶ୍ରମିକ ୟୁନିଅନ ପକ୍ଷରୁ, ସଂଯୋଜକ ରଂଜିତ କୁମାର ଦାସଙ୍କ ନେତୃତ୍ୱରେ, ରେଲୱେ ରନିଙ୍ଗ କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୬ ଟାରୁ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ 26 ଗୋଟି ଦାବୀ ନେଇ ଅନଶନ କରିଥିଲେ।

ସରକାରୀ କ୍ୱାର୍ଟର ସଂଖ୍ୟା ବୃଦ୍ଧି କରିବା, ଉଚିତ ମାଇଲେଜ ପ୍ରଦାନ କରିବା, ସମସ୍ତ ରନିଙ୍ଗ ରୁମରେ ଉଚିତ ମୌଳିକ ସୁବିଧା ପ୍ରଦାନ କରିବା, ଖାଲି ପଡ଼ିଥିବା ଲୋକ ଇନିସ୍ପେକ୍ଟର ପଦବୀ ପୂରଣ କରିବା, ଡ୍ୟୁଟି ପରେ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା, 24 ଘଣ୍ଟିଆ ସିଏମଏସ ରିପୋର୍ଟ ପ୍ରଦାନ କରିବା ସହ ସମୁଦାୟ 26ଗୋଟି ଦାବୀ ରହିଥିଲା କର୍ମଚାରୀମାନଙ୍କର ।

ଏହି ଅନଶନରେ ସଚ୍ଚିଦାନନ୍ଦ ରାଉତ,ଏନ. ଏମ. ମୁରଲୀକ୍ରିଷ୍ଣା, ଏମ.ରାମକୃଷ୍ଣା, ମନୋଜ ପାଣ୍ଡେ, ବିଦ୍ୟାଧର ଜେନା, ପି. କେ. ପଣ୍ଡା, ପ୍ରମୋଦ ରାୟ, ପ୍ରଦୀପ ବେହେରା, ନିର୍ମଳ ପରିଡା ପ୍ରମୁଖ କର୍ମଚାରୀ ମାନେ ଏହି ଅନଶନରେ ବସିଥିଲେ। ରେଲୱେ ସିନିଅର ଡିପିଓ ଆର. ଏନ. ଏ. ପରିଡ଼ାଙ୍କୁ ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯଇଛି।

Advertisement

Leave a Reply

Your email address will not be published. Required fields are marked *