Advertisement

ବ୍ୟୁରୋ: ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ। ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କଲେଜର ବିଡିଏସ ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣା ପଡ଼ିଛି। ଆଜି ତାଙ୍କର ମୃତ ଦେହ ହଷ୍ଟେଲ ଭିତରୁ ମିଳିଛି। ଫ୍ୟାନରେ ଓଢ଼ଣୀ ଦ୍ୱାରା ଝୁଲୁଥିବା ଛାତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ମୃତ୍ୟୁ ପଛର କାରଣ ଜଣା ପଡ଼ିନାହିଁ। ଭରତପୁର ପୋଲିସ ଘଟଣାର ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *