ବ୍ୟୁରୋ:  ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଏବଂ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଜଟଣୀ ଗୋପବନ୍ଧୁ ପାର୍କରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ନୋଟାରୀ ପବ୍ଲିକ ତଥା ବରିଷ୍ଠ ସାମ୍ବାଦିକ ଅବନି କୁମାର ରାଉତରାୟଙ୍କ ନେତୃତ୍ୱରେ ଆୟୋଜିତ ଜୟନ୍ତୀ ଉତ୍ସବରେ, ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ, ଗୋପବନ୍ଧୁଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ,  କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।

ଜବାହରଲାଲ ସୁବୁଦ୍ଧି, ଦିବାକର ମଙ୍ଗରାଜ, ମନମୋହନ ରାଉତରାୟ, କିଶୋର ଚନ୍ଦ୍ର ପାଇକରାୟ, ବିମଳ ପ୍ରସାଦ ମହାନ୍ତି, ଜି.ଶ୍ରୀନୁ, ଅନନ୍ତ ଶତପଥୀ, ଆଦି ନାରାୟଣ ଖଣ୍ଡୁଆଳ, ରବି ସ୍ୱାଇଁ, ଭକ୍ତବନ୍ଧୁ ଚୌଧୁରୀ, ସୁଶାନ୍ତ ରାଉତ, ରବିନ୍ଦ୍ର କୁମାର ମିଶ୍ର,  ବୈରାଗୀ ଜେନା, ସାରଙ୍ଗଧର  ବଳିଆରସିଂ, ବିଜୟ ପଣ୍ଡା, ସସ୍ମିତା ବଳିଆରସିଂ, ଜୟଶ୍ରୀ ସାହୁ,  ଟୁଲୁ ଦେଇ ପ୍ରମୁଖ ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହିଥିଲେ । ଶେଷରେ ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *