Advertisement

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୱାର୍ଡ ନଂ୮, ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ମା’ ମଙ୍ଗଳାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି।

ଗତ ୧୬ ତାରିଖ ଠାରୁ ଅଙ୍କୋରରୋପଣ ହୋଇ ଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତିଦିନ ସୂର୍ଯ୍ୟ ପୂଜା, ଧେନୁ ପୂଜା, ସର୍ଵଦେଵାଦେଵୀ ଆବାହନ କରି ଗର୍ଭାଧାନ ନିତି କରାଯାଇ, ମା’ ଙ୍କର ବିଗ୍ରହ ସହ ଦଶ ମହାବିଦ୍ୟା, ପାର୍ଶ୍ଵ ଦେଵୀ, ଦ୍ଵାର ପାଳଙ୍କ ବିଗ୍ରହ ଆଦି ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା କରାଯାଇ ଯଜ୍ଞ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗେଶ ନାୟକ, ସିଦ୍ଧାର୍ଥ ପାତ୍ର, ପ୍ରିୟବ୍ରତ ଭୁଜବଳ, କିଶୋର ପ୍ରଧାନ, ହରିବନ୍ଧୁ ମହାରଣା,ଗୋବିନ୍ଦ ପ୍ରଧାନ, ମହେଶ୍ୱର ମହାରଣା, ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *