Advertisement

ଖୋର୍ଦ୍ଧା: ଜଟଣୀ ବ୍ଲକ ଅଧିନ ପାଣିଅରା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଚନ୍ଦକା ରୁ ପାଣିଅରା ଆଡକୁ ଆସୁଥିବା ଏକ କାର, ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହତ ଦୁଇଜଣ ଯୁବକ ହେଲେ ଛତାବର ଗ୍ରାମର ରାଜା (22) ଏବଂ ପାଣିଅରା ଗ୍ରାମର ସମ୍ବିତ (24) ଜଣା ପଡିଛି।  ଘଟଣା ସ୍ଥଳରେ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଞ୍ଚି କାରକୁ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *