Advertisement

ବ୍ୟୁରୋ: “ଡ୍ରୋନ୍-ମୋବିଲିଟି ର ଭବିଷ୍ୟତ” ଉପରେ 5 ଦିନିଆ ବୁଟ୍ କ୍ୟାମ୍ପ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଭୁବନେଶ୍ୱରର ସହଯୋଗରେ, ଖୋର୍ଦ୍ଧା ବଣିଆଟାଙ୍ଗି ସୋଫିଟୋରିୟମ୍ ଇନଷ୍ଟିଚ୍ୟୁଟ ପରିସରରେ, ଗତ ୮ ତାରିଖରୁ ଆରମ୍ଭ ହୋଇଛି। ଏହି କ୍ୟାମ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି କ୍ୟାମ୍ପ କୁ ସଞ୍ଜୟ କୁମାର ଶ୍ରୀବାସ୍ତବ, ସିଇଓ, ସ୍କିଲ୍ ଉଦ୍ଘାଟନ କରିଥିବା ବେଳେ ଶ୍ରୀ ଏସ୍ କେ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଇନଷ୍ଟିଚ୍ୟୁଟ ର ପ୍ରିନ୍ସିପାଲ୍ ଡ଼ ହିମାଂଶୁ ମୋହନ ପାଢ଼ୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜକ କରିଥିଲେ। ଡ଼ ପାଢ଼ୀ ମାନବ ବିହୀନ ଏରିଆଲ୍ ଯାନ ଯାହା ଡ୍ରୋନ୍ ଭାବରେ ଜଣାଶୁଣା, ଯାହା ଆଜିର ଆଧୁନିକ ଦୁନିଆର ଅନ୍ୟତମ ସ୍ଥାନ ନେଇପାରିଛି। ଏହା ଔଷଧ ବିତରଣ, କୃଷିରେ କୀଟନାଶକ ଛିଞ୍ଚିବା, ମୃତ୍ତିକାର ଆର୍ଦ୍ରତା ଉପରେ ନଜର ରଖିବା ଏବଂ ବିଶ୍ଳେଷଣ, ସାମରିକ ପ୍ରୟୋଗ ଏବଂ ବିଶ୍ଳେଷଣ ପାଇଁ ବ୍ୟବହାର ହୋଇପାରିଛି। କାର୍ଯ୍ୟକ୍ରମ ଶେଷରେ ବ୍ରଜ ମୋହନ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *