ଜଟଣୀ: ଜଟଣୀ ପୋୖର ପରିଷଦ ଅଧିନ ବାଲିଛକ ସାହିରେ ଥିବା, ଜଟଣୀ ଗୋସେବା ଶିବିରରେ ଷଣ୍ଢର ଅସ୍ତ୍ରୋପଚାର କରାଯାଇ, ଷଣ୍ଢ ପେଟରୁ ପ୍ରାୟ ୫୦କେଜି ଓଜନର ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ କଢାଯାଇଛି। ଜଟଣୀ ବିକାଶ ନଗର ଅଞ୍ଚଳରେ ଏହି ଷଣ୍ଢ ଅସହାୟ ଅବସ୍ଥାରେ ପେଟ ଫୁଲେଇ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ସ୍ଥାନୀୟ ଲୋକମାନେ ଷଣ୍ଢର ଅବସ୍ଥା ଦେଖି ଜଟଣୀ ଗୋସେବା ଶିବିର ସହ ଯୋଗାଯୋଗ କରିଥିଲେ।

ପରେ ଶିବିରର ସ୍ୱେଚ୍ଛାସେବୀ ମାନେ ଷଣ୍ଢକୁ ଉଦ୍ଧାର କରି ଶିବିରକୁ ଆଣି ତାର ଚିକିତ୍ସା ଆରମ୍ଭ କରିଥିଲେ। ପଲିଥିନ ଖାଇ ଷଣ୍ଢର  ପେଟ ଫୁଲିଥିବା ଜାଣିବା ପରେ , ସ୍ୱେଚ୍ଛାସେବୀ ମାନେ ଓ.ୟୁ.ଏଟି.ର ପ୍ରଫେସର୍‌ ଡ଼ଃ ସଦାନନ୍ଦ ନାୟକଙ୍କ ଯୋଗାଯୋଗ କରିଥିଲେ। ଆଜି  ପ୍ରଫେସର୍‌ ଡ଼ଃ ସଦାନନ୍ଦ ନାୟକ ଷଣ୍ଢର ଅସ୍ତ୍ରୋପଚାର କରି, ଷଣ୍ଢ ପେଟରୁ  ପ୍ରାୟ ୫୦ କେଜିର ପଲିଥିନ, ଷ୍ଟୋନ ଓ ଲୁହା କଣ୍ଟା ବାହାର କରିଥିଲେ। 

ଏହି ଅସ୍ତ୍ରୋପଚାରରେ ଜଟଣୀ ଗୋସେବା ଶିବିରର  ସଭାପତି ଚିମ୍ପୁ ମିଶ୍ର, ପ୍ରଦିପ ପଟ୍ଟନାୟକ, ଦିପୁ ଜେନା, ରାଜା ଜେନା, ସୁଶାନ୍ତ ବାରିକ, କାମେଶ ରାଓ, ମାନସ ବେହେରା, ନନ୍ଦୁ, ବଟକରା ପ୍ରମୁଖ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ବର୍ତ୍ତମାନ ଷଣ୍ଢ ସୁସ୍ଥ ରହିଥିବା ଗୋସେବା ଶିବିର ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *