Advertisement

ଖୋର୍ଦ୍ଧା:  ବାଣପୁର ପଲଟଣ ମାର୍କେଟରେ’ ବାଣପୁରର ରାଜେଶ ପ୍ରଧାନଙ୍କୁ କିଛି ଯୁବକ ଗୋଡେଇ-ଗୋଡେଇ ମାରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ସମୟରେ, ରାଜେନ୍ଦ୍ର ସାହୁ ଆକ୍ରମଣକାରୀଙ୍କ କବଳରୁ,  ରାଜେଶକୁ ବଞ୍ଚେଇବାକୁ ଯାଇ ନିଜେ  ଆକ୍ରମଣର ଶିକାର ହୋଇଥିଲେ।

ସ୍ଥାନୀୟ ଜନସାଧାରଣ ଗୁରୁତର ଭାବେ ଆହତ ଦୁଇ ଯୁବକଙ୍କୁ ବାଣପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ପୋଲିସ ତଦନ୍ତ କରି ତପନ ପାଇକରାୟଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Advertisement

Leave a Reply

Your email address will not be published. Required fields are marked *