Advertisement

ଜଟଣୀ: ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ, ହରିପୁରଗ୍ରାମ ଜଙ୍କସନ ରେଳଷ୍ଟେସନ ନିକଟରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳିତ ହୋଇଯାଇଛି।

ଜନସାଧାରଣଙ୍କୁ ଲେଭେଲ କ୍ରସିଙ୍ଗ ଗେଟରେ କିପରି ଯିବାଆସିବା କରିବା କଥା ସେହି ବିଷୟରେ, ଲିଫ୍ଲେଟ ବଣ୍ଟନ କରିବା ସହ ବ୍ୟାନର, ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ପଦର୍ଶନ ହୋଇଥିଲା।

ରେଳ ପ୍ରବନ୍ଧକ ରିଙ୍କେଶ ରାୟ  ଲେଭେଲ କ୍ରସିଙ୍ଗ ଫାଟକ ଅତିକ୍ରମ କରୁଥିବା ବେଳେ ସମସ୍ତେ ଯତ୍ନବାନ ହେବାକୁ ନିବେଦନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଏମ୍. ଏନ୍. ଏସ୍. ରମେଶ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଡି.କେ. ମଲ୍ଲିକ, ଅତିରିକ୍ତ ମଣ୍ଡଳ ନିରାପତ୍ତା ଅଧିକାରୀ ଏବଂ ପୂର୍ବତଟ ରେଳ ବିଭାଗର ମୁଖ୍ୟ ଷ୍ଟାଷ୍ଟିଟିକାଲ୍ ଇନ୍ସପେକ୍ଟର ମୃଣ୍ମୟ ମହାନ୍ତି ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *