Advertisement

ବ୍ୟୁରୋ: ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ନାଁରେ, ନକଲି ଅବଢ଼ା ରୋଷେଇ ହେଉଥିବା ଖବର ଏବେ ସମସ୍ତିଙ୍କୁ ଚକିତ କରିଦେଇଛି। ମହାପ୍ରଭୁଙ୍କ ଅଣବସର ନୀତି ଚାଲିଥିବାରୁ ପ୍ରତିଦିନ ଅବଢ଼ା ବାହାରିବାରେ ବିଳମ୍ବ ହେଉଛି।

ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟକ୍ତି, ମହାପ୍ରଭୁଙ୍କ ଅବଢ଼ା ନାରେ ନକଲି ଅବଢ଼ା ବିକି ଭଲ ଦିପଇସା ରୋଜଗାର କରିବାପାଇଁ ଚଳାଇଛନ୍ତି  ଯୋଜନା। ସୂଚନା ଅନୁଯାୟୀ ପୁରୀ ଲୋକନାଥ ରୋଡ଼, ପାଇକ ସାହିରେ, ଏକ ଟେଣ୍ଟ କରି ସେଠାରେ ଚାଲିଛି ଅବଢ଼ା ରୋଷେଇ।

କୁଡୁଆରେ ଅନ୍ନ, ଡାଲି ରୋଷେଇ ସରିଥିବା ବେଳେ ବେସର ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲା। କିନ୍ତୁ ଖବର ପ୍ରଚାର ହୋଇଯିବାରୁ ଅସାଧୁ ବ୍ୟକ୍ତି ମାନେ ରୋଷେଇ ସ୍ଥାନ ଛାଡି କେଉଁଆଡ଼େ ଚାଲିଯାଇଛନ୍ତି। ତେବେ ସାମାନ୍ୟ କିଛି ଟଙ୍କା ଲୋଭରେ ଭକ୍ତଙ୍କ ଭାବନା ସହ ଖେଳି, ମନ୍ଦିର ବାହାରେ କୁଡୁଆରେ ରୋଷେଇ କରି, ମହାପ୍ରସାଦ ନାଁ କହି ନକଲି ଅବଢ଼ା ବିକ୍ରିକୁ ନିନ୍ଦା କରିଛନ୍ତି ଜଗନ୍ନାଥ ପ୍ରେମୀ।

Advertisement

Leave a Reply

Your email address will not be published. Required fields are marked *