Advertisement

ବ୍ୟୁରୋ: ରଣପୁର ବ୍ଲକ ଅନ୍ତଗତ କୁଳାସର ଗ୍ରାମ ପଞ୍ଚାୟତର, ତାରିଆ ସମବାୟ ସମିତିର ସଭାପତି ପଦ୍ମଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଧାନ ମଣ୍ଡି ଉଦଘାଟନକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଳାସର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପବିତ୍ରା କୁମାରି ନନ୍ଦ,  ପଞ୍ଚାୟତ ସଭାପତି ରଙ୍କନିଧୂ ଖୁଣ୍ଟିଆ , ନୟାବ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ ଏବଂ ବୁଥ ସଭାପତି ପିତବାସ ସାହୁ ଯୋଗଦେଇଥିଲେ। ଆସନ୍ତା କାଲି ଜାନୁଆରୀ ୧୬ ତାରିଖରେ ମଣ୍ଡି ଖୋଲିବା ନେଇ ଆଲୋଚନା ହୋଇଛି। ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ୱାରା ମଣ୍ଡି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *