ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଡିସିପି ପ୍ରତୀକ ସିଂହ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ପୌରପରିଷଦ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ପୌରପରିଷଦ ଅଧକ୍ଷ ଅନନ୍ତ ବେହେରାଙ୍କ ସହ ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଵସ୍ତି ବାସିନ୍ଦା ସଙ୍ଘ, ବୈଦ୍ୟୁତୁକ ଏବଂ ଛପା ଗଣମାଧ୍ୟମ, ଗଣେଶ ପୂଜା କମିଟି, ଓକିଲ ସଙ୍ଘ, ଡ୍ରାଇଭର ସଙ୍ଘ, ଟ୍ରକ ମାଲିକ ସଙ୍ଘର ସଭ୍ୟ ଓ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥଲେ ।

ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୬ ଏକର ପାହାଡ଼ ପରିସୀମାକୁ ୧୧ଟି ଜୋନରେ ବିଭକ୍ତ କରାଯାଇ ସମୁଦାୟ ୫୦୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା । ପ୍ରଦୂଷିତ ପରିବେଶକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାକୁ ସନ୍ତୁଳିତ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସବୁଜ ପାହାଡ଼ ପ୍ରକଳ୍ପ ଯୋଜନା ମାଧ୍ୟମରେ ବୃକ୍ଷରୋପଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ବୃକ୍ଷ ରୋପଣ କରିବା ସହଜ କିନ୍ତୁ ବୃକ୍ଷ ଗୁଡିକୁ ବଞ୍ଚାଇବା କଷ୍ଟ ହୋଇଥାଏ । ତେଣୁ ସ୍ଥାନୀୟ ପ୍ରଶାସନ ଏହି ବୃକ୍ଷ ମାନଙ୍କର ରକ୍ଷଣା ବେକ୍ଷଣ ଦାଇତ୍ୱ ସୁଚାରୁ ରୂପେ ତୁଲାଇ, ବୃକ୍ଷ ଗୁଡିକ କିପରି ଜୀବିତ ରହି ପାହାଡଟି ସବୁଜିମାରେ ପରିଣତ ହେବ ଏହା ଉପରେ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଧା।