ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ ବିଶ୍ୱନାଥ କଲୋନୀ , ଆର.ଏମ.ଏସ. କ୍ୟାମ୍ପସ ପରିସରରେ ଶ୍ରୀଶ୍ରୀ ସଙ୍କଟମୋଚନ ହନୁମାନଙ୍କ ୨୨ ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି।ଶ୍ରୀରାମ ଯୁବକ ସଂଘ ପକ୍ଷରୁ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା। ଏହି ଯଜ୍ଞ ଉତ୍ସବରେ ମୁଖ୍ୟ ପୁରୋଧା ପଣ୍ଡିତ ମୃତ୍ୟୁଞ୍ଜୟ ନନ୍ଦଙ୍କ ତତ୍ତ୍ୱବଧାନରେ ୧୧ତାରିଖରେ ଅଙ୍କୁରାରୋପଣ କରାଯଇଥିଲା। ଦ୍ୱିତୀୟ ଦିବସରେ ଜଳଯାତ୍ରା, ସର୍ବଦେବାଦେବୀ ଆବାହନ, ଅଗ୍ନି ସ୍ଥାପନ ସହିତ ସନ୍ଧ୍ୟା ଆଳତି କରାଯଇଥିଲା। ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଧେନୁ ପୂଜା, ସାଲା ପୂଜା, ଇଷ୍ଠ ଦେବ ହନୁମାନଙ୍କ ଷୋଡଶ ଉପଚାର ପୂଜା, ଗୀତା ଆହୁତି, ଆଳତି, ପୁଷ୍ପାଞ୍ଜଳି ପ୍ରଦାନ କରାଯଇଥିଲା।

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବେ ମନୋଜ କୁମାର ରାଉତରାୟ ଓ ଗୀତାଞ୍ଜଳୀ ରାଉତରାୟ କାର୍ଯ୍ୟ ତୁଲାଇଥିଲେ। ଶ୍ରୀରାମ ଯୁବକ ସଂଘ ର ଅଜୟ ବାରିକ, ରାଜୀଵ ବେହେରା, ପ୍ରଦ୍ୟୁମ୍ନ ବେହେରା, ରସିକ ପଟେଲ, ସଞ୍ଜିତ ଦାସ, ମାନସ ପଣ୍ଡା ଙ୍କ ସହ ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ଯଜ୍ଞରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *