Advertisement

ବ୍ୟୁରୋ: ମନରୁ ବାହାନଗା ଘଟଣା ନ ଲିଭୁଣୁ, ପୁଣି ଘଟିଛି ଆଉ ଗୋଟେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଯାଇଛି ଛଅ ଜଣଙ୍କ ଜୀବନ।

ସୂଚନା ଅନୁସାରେ ଯାଜପୁର ରୋଡ଼ ଷ୍ଟେସନରେ ବହୁଦିନ ହେବ ଠିଆ ହୋଇଥିବା ଏକ ମାଲଗାଡି ତଳେ ୮ଜଣ ଶ୍ରମିକ ବିଶ୍ରାମ ନେଉଥିଲେ। ଅପରାହ୍ନ ସମୟରେ ହଟାତ କାଳବୈଶାଖୀ ଆସି ବର୍ଷା, ପବନ ହେବାରୁ ଟ୍ରେନଟି ଆପେ ଆଗକୁ ଗାଡିଯାଇଥିଲା।

ଆଉ ଟ୍ରେନ ତଳେ ବିଶ୍ରାମ ନେଉଥିବା ଶ୍ରମିକ ମାନଙ୍କ ଉପରେ ଟ୍ରେନ ଚକା ଚଢିଯାଇଥିଲା। ଘଟଣା ସ୍ଥଳରେ ଛଅ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ଆଉ ଦୁଇ ଜଣ ଶ୍ରମିକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ, ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *