Advertisement

ଖୋର୍ଦ୍ଧା : ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧାରେ ଜଣେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ଼। ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଠେଙ୍ଗହଟା ଛକରେ ଜଣେ ଯୁବକଙ୍କୁ  କିଛି ଲୋକ ପିକ୍ଅପ ଭ୍ୟାନରେ ଆସି  ଗୁଳିମାଡ କରିଛନ୍ତି। ଗୁଳିମାଡ଼ର ଶିକାର ହେଉଛନ୍ତି ସୋମନାଥ ଭୁଜବଳ ।

ବୁଧବାର ରାତି ୧୦ ସମୟରେ କିଛି ଯୁବକ ପିକ୍ଅପ୍ ଭ୍ୟାନରେ ଆସି ସୋମନାଥଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଗୁରୁତର ସୋମନାଥଙ୍କ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତା ପାଇଁ ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଛି। ସୋମନାଥ ପୂର୍ବରୁ ବ୍ରାଉଁସୁଗାର କାରବାର କରୁଥିଲେ। ସେ ଏବେ ଜେଲରୁ ଜାମିନରେ ଆସି ଖୋର୍ଦ୍ଧାରେ ମାଛ ବ୍ୟବସାୟ କରୁଥିଲେ। ସୋମନାଥଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ କେସ ରହିଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *