ଜଟଣୀ, ୨୮/୪:  ଜଟଣୀ ବାର୍ ଆସୋସିଏଶନ୍ ପକ୍ଷରୁ ଜଟଣୀ ଦେୱାନୀ ତଥା କନିଷ୍ଠ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଏବଂ ଓକିଲ ଦିବସ ପାଳିତ ହୋଇଯାଇଛି। ସଂଘ ର ସଭାପତି ଜ୍ଞାନେନ୍ଦ୍ର ସେନାପତି ସଭାରେ ସଭାପତିତ୍ଵ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଏସ୍.ଜେ.ଏସ୍(ଏସ୍)ସଦସ୍ୟ ସଚିବ ରାଜ୍ୟ ଓଡ଼ିଶା ଆଇନ ସେବା ପ୍ରାଧିକରଣ, ଓଡିଶା କଟକ ଅରବିନ୍ଦ ପଟ୍ଟନାୟକ ଯୋଗଦେଇଥିଲେ।  ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେହୁରା, ଜଟଣୀ ଦେୱାନୀ ତଥା କନିଷ୍ଠ ବିଚାର ବିଭାଗୀୟ ଅଦାଲତ ମାଜିଷ୍ଟ୍ରେଟ ଦେବେନ୍ଦ୍ରନାଥ ବାଗ, ରେଲୱେ କୋର୍ଟ ମାଜିଷ୍ଟ୍ରେଟ ଅଭିନନ୍ଦନ ରାୟ ମୁଖ୍ୟବକ୍ତା ଭାବେ ଲେଖକ କ ପୂର୍ବତନ ବକ୍ତା ଭାବେ ବରିଷ୍ଠ ଲେଖକ ହିମାଂଶୁ ପରିଡା ଯୋଗଦେଇଥିଲେ। ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଜଟଣୀ ରୋଟାରୀ କ୍ଳବ କୁ ଜଟଣୀ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ରାଉତରାୟଙ୍କୁ ବରିଷ୍ଠ ଆଇନଜୀବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।  ଶେଷରେ ଉପସଭାପତି ପ୍ରଦୀପ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ। ଆଇନଜୀବୀ ସୁଶାନ୍ତ ସୁବୁଦ୍ଧି, ଆଲୋକ ମହାନ୍ତି, ସଞ୍ଜୟ ମହାପାତ୍ର, ଉମେଶ ମିଶ୍ର, ଶୁଭ୍ରାଂଶୁ ଶେଖର  ଜେନା, ସାନୁଜ ମିଶ୍ର, ମିହିର କାନ୍ତ କୋଠାରୀ, ଜୟଲଷ୍ମୀ ମହାନ୍ତି, ଚକ୍ରଧର ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *