ଖୋର୍ଦ୍ଧା, ୨୯/୪:  ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସମ୍ପ୍ରସାରଣ,ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ,ଓଡ଼ିଶାପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ୱାନ ରେ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ନେତୃତ୍ୱ ରେ ଚାଲିଶି ରୁ ଉର୍ଦ୍ଧ ସାମ୍ବାଦିକ ଏକାଠି ହୋଇ ନାରାବାଜି କରି ଏକ ଶୋଭାଯାତ୍ରା ଆସି ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କୁ ପ୍ରଦାନ କରିଛନ୍ତି।ପ୍ରକାଶଥାଉକି  କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ରେ ଅପେକ୍ଷାକୃତ ଦୁର୍ବଳ। ଦେଶର ସଂଖ୍ୟାଧିକ ରାଜ୍ୟ, ସେ ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧୂସ୍ଵୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ରେ ସୀମିତ  ରହିଛି। ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ଯମରେ ବୃଭିଗତ ଅଭୟତା ଭଳି ନାନାଦି ଆର୍ଥିକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାର ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକବର୍ଗଙ୍କୁ ବଞ୍ଚିତ କରାଯାଇଛି। ଏହା ଦର୍ଶାଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି । ଏହି ସନ୍ଦର୍ଭରେ ପୂର୍ବ ସରକାର ସମୟରେ “ ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ଯମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏମିତି କି ୨୦୨୪ ମସିହା ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାର ବିରୋଧରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ତତ୍କାଳୀନ ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ ବର୍ତ୍ତମାନ ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭସ୍ଥଳରେ ପହଞ୍ଚୁ ସମବେତ ତିନି ହଜାରରୁ ଉର୍ଦ୍ଧ୍ଵ ସାମ୍ବାଦିକଙ୍କୁ ଉଦ୍‌ବୋଧନ ମାଧ୍ୟମରେ ଆଶ୍ୱାସନା ଦେଇଥିଲେ–“ ସରକାରକୁ ଆସିଲେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଛଅମାସ ମଧ୍ଯରେ ପୂରଣ କରଯିବ” । ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବା ପରେ ସାମ୍ବାଦିକଙ୍କ ମୌଳିକ ଦାବି ପୂରଣ ନେଇ ଆମ୍ଭମାନଙ୍କ ମଧ୍ୟରେ ବିପୁଳ ଆଶା ସଞ୍ଚାର ହୋଇଥିଲା ମାତ୍ର ଦୁଃଖର ସହ ବ୍ୟକ୍ତ କରିବାକୁ ପଢୁଛି କି, ଏହି ସରକାର ପ୍ରାୟ ଦୁଇବର୍ଷ ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ସାମ୍ବାଦିକମାନଙ୍କ ଦୀର୍ଘଦିନର ମୁଖ୍ୟ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ ଓ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି।ଉପରୋକ୍ତ ଦାବି ଗୁଡିକୁ ବିଚାରକୁ ନେଇ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ସହ ଅନ୍ୟ ଦାବି ଗୁଡିକୁ ପୂରଣ କରିବାକୁ ଦାବି ଜୋର ଧରିଛି। ଆଗାମୀ ମେ ଏକ ତାରିଖ ଦିନ ଜ଼ିଲ୍ଲା ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରିବେ ବୋଲି ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଖାଡ଼ଙ୍ଗା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ସଂଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ, ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଦିଲ୍ଲୀପ କୁମାର ପାଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର ପ୍ରସାଦ, ଈଶ୍ୱର ମଙ୍ଗରାଜ, ସଂଘ କୋଷାଧକ୍ଷ ପ୍ରଭାତ ପାଣିଗ୍ରାହୀ,ଉପ ସଭାପତି ପ୍ରଦୀପ ପ୍ରଧାନ, ପ୍ରବୀଣ ଭଞ୍ଜ, ରଞ୍ଜିତ ସାମନ୍ତରାୟ, ଲଳିତ ମୋହନ ମହାପାତ୍ର, ସୂର୍ଯ୍ୟନାରାୟଣ ମହାନ୍ତି, ପ୍ରଦୀପ ବେହେରା, ସୁଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ସାହୁ, ରଙ୍ଗନାଥ ବେହେରା, ବିଭୁତି ଭୂଷଣ ମହାନ୍ତି, ଦେବ ପ୍ରସାଦ ଦାସ,ଶୁଭକାନ୍ତ ମହାପାତ୍ର, ସତ୍ୟପ୍ରକାଶ ସାହୁ, ବିଶ୍ୱଜିତ୍ ଙ୍କ ସହ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଗାମୀ ଦିନରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଖାଡ଼ଙ୍ଗା  ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *